୭ଦିନ ପାଇଁ ହାଜତକୁ ଗଲେ ଡିଏସପି ଦେବେନ୍ଦ୍ର

0

ନୂଆଦିଲ୍ଲୀ : ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୭ଦିନ ପାଇଁ ହାଜତକୁ ପଠାଇ ଦିଆଯାଇଛି। ଦେବେନ୍ଦ୍ରଙ୍କୁ ମଙ୍ଗଳବାର ସିବିଆଇ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସିବିଆଇ ତାଙ୍କୁ ୧୦ଦିନ ପାଇଁ ନିଜ ହେପାଜତକୁ ନେବା ଲାଗି ଆବେଦନ କରିଥିଲା; ମାତ୍ର ସ୍ୱତନ୍ତ୍ର ଅଦାଲତ ବିଚାରପତି ସନ୍ତୋଷ ସ୍ନେହି ମନ ତାଙ୍କୁ ୭ଦିନ ପାଇଁ ହାଜତକୁ ପଠାଇଛନ୍ତି। ଏହି ୭ଦିନ ସିବିଆଇ ତାଙ୍କୁ ଜେରା କରିବ। ବିବାଦୀୟ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀ ମାମଲାର ପୂର୍ବତନ ତଦନ୍ତକାରୀ ଅଧିକାରୀ ଦେବେନ୍ଦ୍ର ରେକର୍ଡ ପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ସୋମବାର ଗିରଫ ହୋଇଥିଲେ। ଅନ୍ୟପଟେ ଦେବେନ୍ଦ୍ର ତାଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଲାଞ୍ଚ ମାମଲାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

Leave A Reply