ଲାଞ୍ଚ ନେଇ ଫାର୍ମାସିଷ୍ଟ ଗିରଫ

0

କେଉଁଝର: ଲାଞ୍ଚ ନେଉଥିବା ବେଳେ ଗନ୍ଧମାର୍ଦ୍ଦନ ସ୍ଥିତ ଓଏମ୍‍ସି ଡିସ୍‍ପେନ୍‍ସେରିର ଜନୈକା ବରିଷ୍ଠ ଫାର୍ମାସିଷ୍ଟ ଲିନା ପ୍ରିୟଦର୍ଶନୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ନିର୍ଦ୍ଦଷ୍ଟ ବ୍ରାଣ୍ଡର ଔଷଧ କିଣିବା ପାଇଁ ରାଜେଶ କୁମାର ବେହେରାଙ୍କୁ ଲିନା ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ରାଜେଶ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ଲିନାଙ୍କୁ ଗିରଫ କରିଥିଲେ।

Leave A Reply