ଲାଞ୍ଚ ନେଇ ଶ୍ରମ ବିଭାଗ କିରାଣୀ ନିଲମ୍ବିତ

ଭୁବନେଶ୍ୱର: ଲାଞ୍ଚ ମାଗିବା ଅଭିଯୋଗରେ ବଲାଙ୍ଗିରର ଶ୍ରମ ବିଭାଗର ଜଣେ କିରାଣୀ ନିଲମ୍ବିତ ହୋଇଛନ୍ତି। ଲାଞ୍ଚ ନେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ସେ କହୁଛନ୍ତି ଆମର କିଛି ଡିମାଣ୍ଡ ନାହିଁ, ଆପଣ ଯାହା ହସ ଖୁସିରେ ଦେବେ। ଏହା ଶୁଣି ଲାଞ୍ଚଦାତା ୫ଶହ ଟଙ୍କା କାଢ଼ି ବଢ଼େଉ ଦେଉଛନ୍ତି। ଏହି ଟଙ୍କା ଉପରେ କିରାଣୀ ବାବୁ ଏକ ପେପର୍‌ ଢାଙ୍କି ଲୁଚେଇ ଦେଉଥିବା ଭିଡିଓ ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

Comments are closed.