ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ

0

ଭବାନୀପାଟଣା: କଳାହାଣ୍ଡି ଜିଲାର ଲାଞିଗଡ ତହସିଲଦାର କାର୍ୟାଳାୟର କୋର୍ଟ ପିଅନ ପ୍ରଦୀପ ପଣ୍ଡା ଲାଞ୍ଚ ନେଉଥିବା ବେଳେ ଭିଜିଲନ୍ସ ଦ୍ୱାରା ଧରା ପଡିଛନ୍ତି। ଲାଞିଗଡ ବ୍ଲକର ପ୍ରତାପପୁର ଗ୍ରାମର ବଣ୍ଟି ସାହୁଙ୍କ ଜମି ପଟ୍ଟା କରାଇ ଦେବା ପାଇଁ ତାଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବଣ୍ଟି ସାହୁ ଭିଜିଲନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲନ୍ସ ଗିରଫ କରିଥିଲା।

Leave A Reply