ପାଣି ପାଇପକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ; ୨ମୃତ , ୮ରୁ ଉର୍ଦ୍ଧ୍ବ ଗୁରୁତର

ବ୍ରହ୍ମଗିରି: ପୁରୀ ଜିଲା ବ୍ରହ୍ମଗିରି ଥାନା ଡିମିରିଶେଣା ହରିଜନ ସାହିରେ ରବିବାର ଅଭାବନୀୟ ଘଟଣା ଘଟିଛି। ପାଣି ପାଇପକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣରୁ ଉର୍ଦ୍ଧ୍ବ ଗୁରୁତ ହୋଇଛନ୍ତି । ମୃତ ଦୁଇ ଜଣଙ୍କ ନାଁ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଡିମିରଶେଣା ହରିଜନ ସାହିର ଦୁଇ ପରିବାର ପାଣି ପାଇପକୁ ନେଇ ଆଜି ସକାଳେ ବଚସା ହୋଇଥିଲା। ପରେ ଏହି ବଚସା ସଂଘର୍ଷରେ ପରିଣତ ହୋଇଥିଲା। ଏହି ଘଟଣାରେ ଉଭୟ ପରିବାରର ଲୋକେ ତେଣ୍ଟା ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ସୁରେନ୍ଦ୍ର  ଓ କାଳିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ରୁ ଅଧିକ ଆହତ ହୋଇ କେରାଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ୫ଜଣଙ୍କୁ ଅଟକ ରଖି ପଚରା ଉଚାର କରୁଥିବା ବେଳେ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Comments are closed.