ହେଉନି ପଞ୍ଚାୟତ ସମିତି ବୈଠକ, ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାୟ ୧୧ ମାସ ହେବ ବୈଠକ ଅନୁଷ୍ଠିତ ହେଉନଥିବା ଅଭିଯୋଗରେ ଗୋପାଳପୁର ବିଜେପି ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବୈଠକ ଡକାନଗଲେ ବିଜେପି ପକ୍ଷରୁ ଏହାର ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ବିଡ଼ିଓଙ୍କ କାର୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗତ ୨୦୨୨ ମେ ୨୫ ତାରିଖରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜିଯାଏଁ ଆଉ ଦ୍ଵିତୀୟ ବୈଠକ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରରୁ ପଦକ୍ଷେପ ନିଆଯାଇ ନାହିଁ। ଯାହାଫଳରେ ପଞ୍ଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ପାରୁନାହିଁ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ଗୋଳନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ସୁନିଲ କୁମାର ପାତ୍ର, ଗଙ୍ଗାଧର ଶତପଥୀ, ରଜତ କୁମାର ପଣ୍ଡିତ, ଭଜମନ ନାୟକ, ଜି କୁର୍ମା, ପ୍ରଦିପ କୁମାର ପଟ୍ଟନାୟକ, ଅଜୟ ଦଳାଇ, ମିଟୁ ସାହୁ ପ୍ରମୁଖ ସାମିଲ ରହିଥିଲେ।

Comments are closed.