ପାଉଁରୁଟି ଉପମା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ ଖଣ୍ଡ
କଟା କଞ୍ଚା ଲଙ୍କା – ୨ଟି
ସିଝା ମଟର – ୧କପ
ବାଦାମ – ୧କପ
ହେଙ୍ଗୁ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ନଡ଼ିଆ – ଅଳ୍ପ
ଭୁସଙ୍ଗ ପତ୍ର – ୪ ରୁ ୫ଟି
ଟମାଟୋ – ଅଳ୍ପ
ଛଣା ସେଓ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ହେଙ୍ଗୁ, ଭୁସଙ୍ଗ ପତ୍ର, କଞ୍ଚାଲଙ୍କା ପକାଇ ଭାଜନ୍ତୁ। ଏବେ  ମଟର,ବାଦାମ ପକାଇ ଭାଜନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲୁଣ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ। ଏହାପରେ ପାଉଁରୁଟି ଖଣ୍ଡ ଖଣ୍ଡ କରି ପକାଇ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପାତ୍ରକୁ କାଢିବା ପରେ ଏଥିରେ ଛଣା ସେଉ, ନଡ଼ିଆ, ଲେମ୍ବୁ ରସ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଉଁରୁଟି ଉପମା।

Comments are closed.