ବ୍ରେଡ଼୍‍ ରସମଲାଇ

0

ଆବଶ୍ୟକ ସାମଗ୍ରୀ – ବ୍ରେଡ଼୍‍ (ପାଉଁରୁଟି)
କ୍ଷୀର – ୧ ଲିଟର
ପେଷା ହୋଇଥିବା ଚିନି – ୧କପ
କାଜୁ ୪ରୁ ୫ଟି
ପେସ୍ତା ବାଦାମ – ୪ରୁ ୫ଟି
କିସ୍‍ମିସ୍‍ – ୪ରୁ ୫ଟି
ଗୁଜୁରାତି ଗୁଣ୍ଡ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ଏଥିରେ କ୍ଷୀର ଫୁଟାନ୍ତୁ। ୧୫ରୁ ୨୦ ମିନିଟ ଫୁଟିବା ପରେ ଏଥିରେ ପେଷା ହୋଇଥିବା ଚିନି, କାଜୁ ,ପେସ୍ତା ବାଦାମ,କିସ୍‍ମିସ୍‍, ଗୁଜୁରାତି ଗୁଣ୍ଡ ପକାଇ ପୁଣି ୧୫ରୁ ୨୦ ମିନିଟ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫ୍ରିଜରେ ରଖନ୍ତୁ। ଏହା ପରେ ପାଉଁରୁଟିକୁ ଏକ ଗ୍ଲାସ୍‍ ସାହାଯ୍ୟରେ ଗୋଲ ଗୋଲ କାଟି ଏକ ପାତ୍ରରେ ରଖନ୍ତୁ। ଏପରି ଭାବେ କାଟନ୍ତୁ ଯେପରି ଏହାର ମାଟିଆ ଅଂଶ କଟା ହୋଇଥିବା ପାଉଁରୁଟିରେ ରହିବ ନାହିଁ। ଏବେ ଫ୍ରିଜରୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କ୍ଷୀରକୁ କାଢନ୍ତୁ।

ଏହା ପରେ ପାତ୍ରରେ ଗୋଲ କରି କାଟି ରଖିଥିବା ପାଉଁରୁଟିରେ ଏହି କ୍ଷୀରକୁ ପକାନ୍ତୁ। କିଛି କାଜୁ ଓ ପେସ୍ତା ବାଦାମକୁ ଏଥିରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼୍‍ ରସମଲାଇ।

Leave A Reply