ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା

ବ୍ଲୁମବର୍ଗ : ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ମଙ୍ଗଳବାର ବୋଲସୋନାରୋ (୬୫) ଟେଲିଭିଜନ ଜରିଆରେ ଘୋଷଣା କରିଛନ୍ତି। ତାଙ୍କ ଠାରେ ଜ୍ବର ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଯିବାରୁ ସୋମବାର ନିଜର ସ୍ବାବ ପରୀକ୍ଷା କରିଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। କରୋନା ସଂକ୍ରମିତ ହେବା ପରେ ସେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇବା ସହିତ ସୁସ୍ଥ ଥିବା କହିଛନ୍ତି। ତିନିଦିନ ତଳେ ସେ ବ୍ରାଜିଲସ୍ଥିତ ଆମେରିକା ରାଷ୍ଟ୍ରଦୂତ ଟେଡ ଚାପମ୍ୟାନଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ବୋଲସୋନାରୋ ନିୟମିତ ଭାବେ କରୋନା ଭୂତାଣୁକୁ ଉପେକ୍ଷା କରିବା ସହିତ ମାସ୍କ ପିନ୍ଧୁ ନଥିଲେ କି ସାମାଜିକ ଦୂରତା ରକ୍ଷା କରୁ ନଥିଲେ। ବ୍ରାଜିଲ ଏବେ କରୋନା ସଂକ୍ରମଣରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି।

Comments are closed.