ହୁ’ରୁ ଓହରିବ ବ୍ରାଜିଲ

ବ୍ରାସିଲିଆ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଆମେରିକାକୁ ସମର୍ଥନ କରିଛି ବ୍ରାଜିଲ। ହୁ’ର ଆଦର୍ଶଗତ ବିଭ୍ରାନ୍ତି ଘଟିଥିବାରୁ ବ୍ରାଜିଲ ଏଥିରୁ ଓହରି ଆସିବାକୁ ବିଚାର କରୁଥିବା କହିଛନ୍ତି ରାଷ୍ଟ୍ରପତି ଜୈର ବଲ୍‌ସୋନାରୋ। ବ୍ରାଜିଲରେ କରୋନା ସଂକମ୍ରଣ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଲାଟିନ୍‌ ଆମେରିକୀୟ ରାଷ୍ଟ୍ର ମଧ୍ୟ ସମଦଶା ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁବ୍ଧ ବଲ୍‌ସୋନାରୋ କରୋନା ସମ୍ପର୍କରେ ବିଶ୍ବକୁ ବିଭ୍ରାନ୍ତ କରିଥିବା ହୁ’ଠାରୁ ସମସ୍ତ ସମ୍ପର୍କ ତୁଟାଇବାକୁ ଧମକ ଦେଇଛନ୍ତି। ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି।

Comments are closed.