ଏଣିକି ବ୍ରାଜିଲ ଯିବା ପାଇଁ ଭାରତୀୟଙ୍କୁ ଦରକାର ପଡ଼ିବନି ଭିଜା

ସାଓ ପାଉଲୋ: ଭାରତୀୟ ନାଗରିକମାନେ ଏଣିକି ବିନା ଭିଜାରେ ବ୍ରାଜିଲ ଯାଇପାରିବେ। ବ୍ରାଜିଲ ରାଷ୍ଟ୍ରପ୍ରତି ଜେୟର ବୋଲସୋନାରୋ ଗୁରୁବାର ଏ ନେଇ ଘୋଷଣା କରିଛନ୍ତି। ଭାରତ ଏବଂ ଚୀନର ନାଗରିକ କିମ୍ବା ବାଣିଜ୍ୟ କାରବାର କରୁଥିବା ଲୋକମାନଙ୍କୁ ବ୍ରାଜିଲ ଆସିବା ପାଇଁ ଭିଜା ଦରକାର ପଡ଼ିବ ନାହିଁ।

ଚଳିତବର୍ଷ ଆରମ୍ଭରେ ବ୍ରାଜିଲର ଶାସନ ଭାର ଗ୍ରହଣ କରିଥିବା ଜେୟର ବୋଲସୋନାରୋ ଅନେକ ବିକଶିତ ଦେଶଗୁଡ଼ିକ ପାଇଁ ଭିଜାର ଆବଶ୍ୟକତାକୁ ଶେଷ କରିଦେଇଛନ୍ତି। କିନ୍ତୁ ଭାରତ ଏବଂ ଚୀନର ନାଗରିକଙ୍କ ପାଇଁ ଏହି ସୁବିଧାର ଘୋଷଣା ରାଷ୍ଟ୍ରପତି ଚୀନ ଗସ୍ତ କରିବା ସମୟରେ କରିଛନ୍ତି। ପ୍ରଥମ ଥର ଲାଗି କୌଣସି ବିକାଶଶୀଳ ରାଷ୍ଟ୍ର ପାଇଁ ବ୍ରାଜିଲ ନିଜର ଭିଜା ନିୟମରେ ପରିବର୍ତ୍ତନ କରିଛି। ବର୍ଷ ପ୍ରାରମ୍ଭରେ ବ୍ରାଜିଲ ସରକାର ଆମେରିକା, କାନାଡ଼ା, ଜାପାନ ଏବଂ ଅଷ୍ଟ୍ରେଲିଆ ନାଗରିକଙ୍କ ପାଇଁ ଭିଜା ଛାଡ଼ କରିଥିଲେ। କିନ୍ତୁ ଉକ୍ତ ଦେଶଗୁଡ଼ିକ ବ୍ରାଜିଲ ନାଗରିକଙ୍କ ପାଇଁ ଭିଜା ଆବଶ୍ୟକତାକୁ ପ୍ରତ୍ୟାହାର କରିନାହାନ୍ତି।

Comments are closed.