ଅନୁଭବ- ବର୍ଷା ବିବାଦ: ପିଟିସନର ଶୁଣାଣି ଅକ୍ଟୋବର ୧୨ରେ

ଭୁବନେଶ୍ବର: ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣଣି ଘୁଞ୍ଚିଲା। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିସନର ଶୁଣାଣି ଅକ୍ଟୋବର ୧୨ରେ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି।

ଅନ୍ୟପକ୍ଷରେ ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର ୧୪କୁ ଘୁଞ୍ଚିଛି। ଅକ୍ଟୋବର ୧୪ରେ ମାମଲାର ପ୍ରାରମ୍ଭିକ ଶଣାଣି ହୋଇପାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ। କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ ୧୫କୋଟିର କ୍ଷତିପୂରଣ ଦାବି କରିଛନ୍ତି ।

Comments are closed.