ଜନଜାତି ସଶକ୍ତିକରଣ ଜୀବିକା ଉନ୍ନତି କାର୍ୟ୍ୟକ୍ରମ

0

ବ୍ରହ୍ମପୁର: ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଜୀବିକା ଉନ୍ନତି କାର୍ୟ୍ୟକ୍ରମ ଛତ୍ରପୁରଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରି ଜନଜାତିମାନଙ୍କ ଉନ୍ନତି ଉପରେ ଆଲୋଚନା କରିଥିଲେ । ୨୦୧୭-୧୮ରେ ଦିଆଯାଇଥିବା ଟାର୍ଗେଟ ପୂରଣ ହୋଇଛି ଓ ୨୦୧୮-୧୯ର ପ୍ଲାନ୍ ଶେଷ ହୋଇଛି ବୋଲି କୁହାଯାଇଛି । ବିଭିନ୍ନ ଗ୍ରାମକୁ ସିଟି ବସ୍ ଯିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ଷଡ଼ଙ୍ଗୀ, ସହକାରୀ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି, ରାକେଶ ରୋଷନ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply