ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦେଶକ ଗିରଫ

ବ୍ରହ୍ମପୁର: ଓଡ଼ିଶା, ସୁରତ, ଛତିଶଗଡ଼ର ଶତାଧିକ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ପରିଚାଳନା ନିର୍ଦେଶକ ଧୀରେନ ସ୍ୱାଇଁଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ମାର୍ଚ୍ଚ ୨୦୧୮ରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସମେତ ଛତିଶଗଡ଼ର ଏକ ଥାନାରେ କମ୍ପାନୀ ନାମରେ ଠକେଇ ଅଭିଯୋଗ ହୋଇଥିଲା। ଧୀରେନ ୫୦୦ରୁ ଉର୍ଦ୍ଧ୍ବ ଜମାକାରୀଙ୍କ ୬୮ ଲକ୍ଷ ଠକିବା ପରେ କମ୍ପାନୀ ବନ୍ଦ କରି ଦେଇଥିଲେ। ପୂର୍ବରୁ ଧୀରେନଙ୍କୁ ଛତିଶଗଡ଼ ପୁଲିସ ଗିରଫ କରି ସେଠାକାର ଏକ ଜେଲକୁ ପଠାଇଥିଲା। ହେଲେ ଜାମିନ ମିଳିବା ପରେ ଧୀରେନ ସ୍ବାଇଁ କେଉଁ ଆଡେ ଫେରାର ହୋଇଯାଇଥିଲେ। ବୈଦ୍ୟନାଥପୁର ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଉଦ୍ୟମ ଜାରି ରଖିଥିଲା। କିଛି ଦିନ ତଳେ ସେ ବ୍ରହ୍ମପୁର ଆସିଥିବା ବେଳେ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଧୀରେନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ କହିଛନ୍ତି।

Comments are closed.