ଅଧ୍ୟକ୍ଷଙ୍କ କୋଠରିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ବିଦ୍ୟୁତ ସାର୍ଟସର୍କିଟ ଯୋଗୁ ଅଧ୍ୟକ୍ଷଙ୍କ କୋଠରି ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡିଯାଇଛି । ତାହାସହ କାନ୍ଥରେ ଲାଗିଥିବା ଏକ ଫ୍ୟାନ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି । ଏନେଇ ଖବର ପାଇବାପରେ ଏମକେସିଜି ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତି କରିଛନ୍ତି ।

Comments are closed.