ଗଛରେ ପିଟିହେଲା କାର୍‌; ୨ ମୃତ

ବ୍ରହ୍ମଗିରି: ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ କାରଟି  ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା । ସେଥିରେ ଥିବା ଡ୍ରାଇଭର ଭାଗବନପୁରର ନବାଵ ଖାନ ଏବଂ କାର ମାଲିକ ସହଦେବପୁରୁର ଧୀରେନ୍ଦ୍ର ପଲାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

Comments are closed.