ଗୋପାଳପୁର ସମୁଦ୍ରରେ ଭାସିଗଲେ ଯୁବକ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ସମୁଦ୍ରରେ ୪ଜଣ ଯୁବକ ଗାଧୋଉଥିବା ବେଳେ ଭାସିଯାଇଥିଲେ । ହେଲେ ଘଟଣାସ୍ଥଳରୁ ଲାଇଫଗାର୍ଡ ସଦସ୍ୟ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ, ଏବେ ବି ଜଣେ ନିଖୋଜ ରହିଛନ୍ତି । ଲାଇଫଗାର୍ଡ ପକ୍ଷରୁ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି । ଭାସିଯାଇଥିବା ସମସ୍ତ ୪ଜଣ ଯୁବକ କୁକୁଡ଼ାଖଣ୍ଡି ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ମଧ୍ୟ ପହଞ୍ଚିଛି ।

Comments are closed.