ବଜ୍ରପାତରେ ଫାଟିଲା ୧୩୨ କେଭି ଡିସ୍କ, ବିଦ୍ୟୁତ ସରବରାହ ବନ୍ଦ

ବ୍ରଜରାଜନଗର: କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ସକାଳୁ ବ୍ରଜରାଜନଗର ଅଂଚଳରେ  ଘଡଘଡି ସହ ବର୍ଷା ହୋଇଥିଲା। ବଜ୍ରପାତ ଯୋଗୁଁ ବୁଢ଼ୀପଦର-ରେମଜା ଗ୍ରୀଡ଼କୁ ସଂଯୋଗ କରୁଥିବା ୧୩୨ କେଭିରେ ଥିବା ଡିସ୍କ ଫାଟି ଯିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଯାହା କାରଣରୁ ବ୍ରଜରାଜନଗର, ବେଳପାହାଡ଼, ଲଖନପୁର ବ୍ଲକ ସମେତ ସୁନ୍ଦରଗଡ ଜିଲାର ଉଜଳପୁର ସବଡିଭିଜନର ୫ଟି ବିଦ୍ୟୁତ ସେକ୍ସନରେ ବିଦ୍ୟୁତ କାଟ ହୋଇଛି।

Comments
Loading...