ଇଲେକ୍ଟ୍ରୋନିକ୍ସ ଦୋକାନରେ ଜିଏସଟି ଚଢ଼ାଉ

ବ୍ରଜରାଜନଗର : ମେସର୍ସ ମହେନ୍ଦ୍ରା ଓ ଏମଏମ ଇଲେକ୍ଟ୍ରୋନିକ୍ସର ୪ଟି ଦୋକାନ ସମେତ ଘରେ ଆଜି ଜିଏସଟି ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଜିଏସଟି ବିଭାଗର ୫ଟି ଦଳ ଆଜି ବ୍ରଜରାଜନଗର ମୁଖ୍ୟ ସହରରେ ଥିବା ଦୋକାନ ଓ ଘର ସମେତ ଝାରସୁଗୁଡ଼ା ସରବାହାଲ, ବେହେରାମାଲ ଏବଂ ବନ୍ଧବାହାଲ ସ୍ଥିତ ଦୋକାନରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଡେପୁଟି କମିଶନର ଜିଏସଟି ଏନଫୋର୍ସମେଣ୍ଟ ଝାରସୁଗୁଡ଼ା ସତୀଶ ଜାଲଙ୍କ ନେତୃତ୍ୱରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଏସଟି ବିଭାଗ ୧୫ ଜଣ ଅଧିକାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।

Comments are closed.