ବ୍ରଜରାଜନଗର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ। ମଙ୍ଗଳବାର ଶେଷ ଦିନରେ ଉଭୟ ବିଜେପି ଓ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଶେଷ ଦିନରେ ଉଭୟ ବିଜେପି ଓ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ତପନ ସ୍ୱାଇଁ ଓ ପାର୍ବତୀ ବେହେରା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଏହା ସହିତ ଆଉ ଜଣେ ପ୍ରାର୍ଥୀ ମନୋଜ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ରଜରାଜନଗର ଉପନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ମେ’ ୩୧ ତାରିଖରେ ଭୋଟର ନିର୍ଣ୍ଣୟ କରିବେ।

Comments are closed.