ଗୋରୁ ବୋଝେଇ ଟ୍ରକ୍‌ ଜବତ, ଚାଳକ ଫେରାର

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ନୂଆଡ଼ିହି ଟୋଲଗେଟ ନିକଟରୁ ଶୁକ୍ରବାର ଗୋରୁ ଚାଲାଣ କରୁଥିବା ଏକ ପିକଅପ ଗାଡି ଜବତ ହୋଇଛି। ଗାଡ଼ିରେ ୮ଟି ଗୋରୁ ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିଲା। ସେପଟେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ଗାନ୍ଧିଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ  ସମୟରେ ଏକ ଗୋରୁ ବୋଝେଇ ପିକଅପ ( ଓଡ଼ି-୧୬-ବି-୨୩୯୫) ବେଲପାହାଡ଼ ପଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା। ବଜରଙ୍ଗ ଦଳ , ହିନ୍ଦୁ ଚେତନା ମଞ୍ଚ ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡିଟିକୁ ନୂଆଡ଼ିହି ଟୋଲ ଗେଟରେ ଧରିଥିଲେ। ତେବେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇ ଯାଇଥିଲା। ବଜରଙ୍ଗ ଦଳ , ହିନ୍ଦୁ ଚେତନା ମଞ୍ଚର କାର୍ୟ୍ୟକର୍ତମାନେ ଗୋରୁ ବୋଝେଇ ପିକଅପ ଗାଡିକୁ ଗାନ୍ଧିଛକ ଫାଣ୍ଡିରେ ହସ୍ତାନ୍ତର କରିଛନ୍ତି ଓ ଗୋରୁମାନକୁ ଦୁର୍ଗାପୂଜା ପଡ଼ିଆରେ ଛାଡି ଦେଇଛନ୍ତି।

Comments are closed.