ବ୍ରଜରାଜନଗରରେ ବୁଲିଲା ବୁଲ ଡୋଜ଼ର, ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ବ୍ରଜରାଜନଗର: ଆଜି ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏନଏଚଏଆଇ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି।  ବ୍ରଜରାଜନଗର ପୋୖରାଞ୍ଚଳ ୟୁନିଟ-୩ ଖାତା ନମ୍ବର ୩୧୧ ର ପ୍ଲଟ ନମ୍ବର ୭୨୪, ୭୨୫, ୨୯୧୮ ସରକାରୀ ଜମିରେ ନିର୍ମାଣ ହୋଇଥିବା ବେଆଇନ ଘର ଗୁଡିକୁ ଆଜି ସକାଳ ୮ଟା ରୁ ଏକାଧିକ ଜେସିବି ମେସିନ ଲଗାଇ ଉଛେଦ କରାଯାଇଛି।

ଆଜି ପ୍ରଥମେ ବ୍ରଜରାଜନଗର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରୁ ଜବରଦଖଲ ଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଦୁଇଟି ଜେସିବି ଲଗାଇ କୋଠାକୁ ଭଙ୍ଗା ଯାଇଥିଲା। ସଂଘର ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ବିରୋଧ କରାଯିବାରୁ ବିଟିଓଏ ସଦସ୍ୟଙ୍କୁ ଘଟଣାସ୍ଥଳରୁ ପୋଲିସ ହଟେଇଥିଲା। ସେପଟେ ଜବରଦଖଲ ଉଚ୍ଛେଦ କରାଯାଉଥିବା ସ୍ଥାନରେ ୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବାର ଯୋଜନା ରହିଥିବା ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ପ୍ରଦାନ କରିଛନ୍ତି। ଚ୍ଛେଦଅଭିଯାନରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ବେଳପାହାଡ଼ ଆଇଆଇସି ରଶ୍ମିତା ବେହେରା, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Comments are closed.