ମହିଳାଙ୍କ ହାଇ ଭୋଲଟେଜ ଡ୍ରାମା,  ପୁଲିସକୁ କହୁଛନ୍ତି ପଚାରିବାକୁ ତମେ କିଏ ?

ବ୍ରଜରାଜନଗର: ମହାମାରୀ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ସାରା ଦେଶକୁ  ୨୧ ଦିନ ତାଲା ବନ୍ଦ ଘୋଷଣା କରାଯାଇଛି। ଏଥି ପାଇଁ ରାଜ୍ୟ ତଥା ଜିଲାର ସମସ୍ତ ସୀମା ଗୁଡିକୁ ସିଲ କରି ଦିଆଯାଇ ଗାଡି ମୋଟର ଚଳାଚଳ ଓ ଅନ୍ୟ ଜିଲାରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ବ୍ରଜରାଜନଗର ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ନିଜ ପରିବାରକୁ ଭୁଲି  ଦିନ ରାତି  ଅକ୍ଲାନ୍ତ ପରିଶ୍ରମ କରୁଥିଲେ ହେଁ ବିଭିନ୍ନ ସମୟରେ ତାଙ୍କୁ ମଧ୍ୟ ଭାରି ମାତ୍ରାରେ ସମାଲୋଚନାର ଶିକାର ତଥା ହୀନସ୍ଥା ମଧ୍ୟ ହେବାକୁ ପଡୁଛି। ହେଲେ କିଛି ବଡ଼ ବଡ଼ିଆ, ହାଇ ପ୍ରୋଫାଇଲ ଉଚ୍ଚ ଶିକ୍ଷିତ ଏହାକୁ ଫୁ କରି କର୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ତାର କର୍ତବ୍ୟ ବାବଦରେ ପଚାରି ବେଜ୍ଜତ କରିବାକୁ ପଛାଉ ନାହାଁନ୍ତି। ଏମିତି ଏକ ଘଟଣା ବୁଧବାର ସନ୍ଧ୍ୟା ବ୍ରଜରାଜନଗର ମୁଖ୍ୟ ସହରରେ ଘଟି ଯାଇଛି। ଯାହାର ଭିଡ଼ିଓ ବର୍ତ୍ତମାନ ସାରା ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଲକ ଡାଉନ ନିୟମକୁ ଉଲଘଂନ କରି ଓଲଟା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କୁ ଅନର୍ଗଳ ଇଂରାଜୀ ଭାଷାରେ ଯାହା ଇଛା ତାହା କହି ଚାଲିଛନ୍ତି।

ଏପରିକି ମୁଁ ବୁଲା ବୁଲି କଲେ ତମେ କିଏ ଓ ମୁଁ ଯୁଆଡେ ଯାଇଥିଲେ କାହିଁକି କହିବି ବୋଲି ମହିଳା ଜଣକ ପୁଲିସ ସାମ୍ନାରେ ହାଇ ଭୋଲ ଟେଜ ଡ୍ରାମା କରିଛନ୍ତି। କେତେ ବେଳେ ପୁଲିସକୁ କହୁଛନ୍ତି ଯେ, ସେ ମେଡିକାଲ ଯାଇ ଥିଲେ ତ ଆଉ କେତେ ବେଳେ ସମ୍ପର୍କୀୟଙ୍କ ଘରକୁ ମେଡ଼ିସିନ ନେବାକୁ ଯାଇଥିବାର ଆଳ ଦେଖାଉଥିବା ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳିଛି। ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ମହିଳା ଜଣକୁ ଅତି ବିନମ୍ର ହୋଇ ନାମ ପଚାରିଥିଲେ ମଧ୍ୟ ସେ ପ୍ରକାଶ କରି ନଥିବା ଜଣା ପଡ଼ିଛି। ସେପଟେ ଘଟଣା ବାବଦରେ ଖୋଲତାଡ଼ କରିବାରୁ ଗତ କାଲି ସନ୍ଧ୍ୟା ସମୟରେ ଝାରସୁଗୁଡା ଅଠ  ଜଣେ ମହିଳା ଏକ ଦାମୀ ସୌଖିନ କାରରେ ବ୍ରଜରାଜନଗର ଶକ୍ତିପୀଠ ଚଣ୍ଡୀ ମନ୍ଦିରକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପୁଲିସ ପ୍ରଶାସନ ମିଳିତ ଭାବେ ବ୍ରଜରାଜନଗର ସହର ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଏହି ଘଟଣା ଘଟିଥିବା ପ୍ରତକ୍ଷଦର୍ଶୀ କହିଛନ୍ତି। ହେଲେ ଏହି ଭୟାନକ କରୋନା ରୋଗର ଔଷଧ କିମ୍ବା କୋଣସି ପ୍ରତିକାର ନ ଥିବାରୁ ପୃଥକବାସ ହିଁ ଏକ ମାତ୍ର ବିକଳ୍ପ। ତେଣୁ ପୁଲିସ ପ୍ରଶାସନ ସବୁ ବେଳେ ଲୋକଙ୍କୁ ଘରେ ରହିବ କୁ କହିବା ସହିତ ସାମାଜିକ ଦୂରତା ରକ୍ଷା ବାବଦରେ ସଚେତନ କରି ଆସୁଛି।

ଅପରପକ୍ଷେ କରୋନା ସଂକ୍ରମଣର ଭୟକୁ ଖାତିର ନ କରି ବ୍ରଜରାଜନଗର ପୋଲିସ ପ୍ରଚଣ୍ଡ ରୌଦ୍ରତାପରେ ସରକାରଙ୍କ ନିୟମକୁ କଡା କଡ଼ି ଭାବେ ପାଳନ କରି ଲୋକଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି। ହେଲେ ଏଭଳି ଅଭାବନୀୟ ଘଟଣା ପୁଲିସ ପ୍ରଶାସନର ମନୋବଳକୁ ବଢାଇବା ପରିବର୍ତ୍ତେ ଏକ ପ୍ରକାର ଦୁର୍ବଳ ଆଡ଼କୁ ଠେଲି ଦିଆଯାଉଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି

Comments are closed.