ବଜରଙ୍ଗ ଦଳ ସଭାପତି ଗିରଫ; ଦେଶୀ ପିସ୍ତଲ ଜବତ

ବ୍ରଜରାଜନଗର: ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ପୁଲିସ ବ୍ରଜରାଜନଗର ବଜରଙ୍ଗ ଦଳ ସଭାପତି
ଅକ୍ଷୟ କୁମ୍ଭାର( ୨୩)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅକ୍ଷୟ ଓରିଏଣ୍ଟ ଅଞ୍ଚଳରେ ପିସ୍ତଲ ଧରି ବୁଲୁଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ତାଙ୍କ ନିକଟରୁ ପୁଲିସ ଏକ ୭ ଏମ୍ଏ‌ମ୍‌ ପିସ୍ତଲ ଜବତ କରିଛି।

ସେହିପରି ଅନ୍ୟ ଏକ ଘଟଣାରେ ବ୍ରଜରାଜନଗର ପୁଲିସ ଅଂଶୁ କୁମାର (୧୯) ଓ ଗୁଡୁ ହରିଜନ(୨୦)ଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ବେଆଇନ ଆଗ୍ନେୟାସ୍ତ୍ର ରଖିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି।

 

Comments are closed.