ନିଆଁରେ ଜଳି ଗଳା ଟ୍ରକ : ଅଳ୍ପକେ ବର୍ତ୍ତିଲା ଶହଶହ କୋଇଲା ବୋଝେଇ ଟ୍ରକ

ବ୍ରଜରାଜନଗର: ଝାରସୁଗୁଡା ଜିଲା ଗାନ୍ଧି ଛକ ନିକଟରେ ଥିବା ଏମସିଏଲର ହେଳିପେଡରେ ପାର୍କିଂ ହେଉଥିବା ଶହଶହ କୋଇଲା ଟ୍ରକ ମଧ୍ୟରୁ ଶନିବାର ଗୋଟିଏ ଟ୍ରକ ହଠାତ ହୁ ହୁ ହୋଇ ଜଳି ଯାଇଥିଲା। ହେଲେ ସେଠାରେ ଥିବା ଅନ୍ୟ ଟ୍ରକ ଗୁଡ଼ିକ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ଖବର ପାଇ ଏମସିଏଲ ଓରିଏଣ୍ଟ କ୍ଷେତ୍ରର ଅଧିକାରୀ ସୂର୍ଯ୍ୟ ପଟେଲ ଦମକଳ ନେଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁକୁ ତୁରନ୍ତ ଆୟତ କରାଯାଇଥିବାରୁ ସେଠାରେ ଥିବା ଅନ୍ୟ ଶହଶହ କୋଇଲା ବୋଝେଇ ଟ୍ରକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଟ୍ରକରେ ନିଆଁ ଲାଗିଲା କାରଣ ଜଣାପଡ଼ି ନାହିଁ।

Comments are closed.