ବନ୍ଧୁକ ମୁନରେ ଜୁଏଲାରୀ ଦୋକାନରୁ ଲୁଟ୍

ବ୍ରଜରାଜନଗର: ଗାନ୍ଧିଛକ ନିକଟସ୍ଥ ନୂଆଡ଼ିହିରେ ଥିବା ଏକ ସୁନା ଦୋକାନରୁ ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଗହଣା ଲୁଟ କରିଛନ୍ତି। କଳା କପଡା ପରିଧାନ କରିଥିବା ଦୁଇ ଜଣ ମୁଖାଧାରୀ ସରାଫ ଜୁଏଲାରୀ ଭିତରକୁ ପଶି ଦୋକାନ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ସୁନା ଗହଣା ବାହାର କରିବାକୁ ଧମକ ଦେଇ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ ହେଁ ଭାଗ୍ୟବଶତ କାହାକୁ ଗୁଳି ବାଜି ନଥିଲା। ତେବେ ସେମାନଙ୍କ ଭିତରୁ ଜଣେ ଦୋକାନ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ତାହା ତାଙ୍କୁ ବାଜି ନଥିଲା। ଦୁର୍ବୃତ୍ତ ମାନେ ସମସ୍ତ ସୁନା ଗହଣା ନେଇ ଅଳ୍ପ ଦୂରରେ ରଖି ଥିବା ବାଇକରେ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ଆଇଆଇସି ବିଶ୍ଵାମିତ୍ର ହରପାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଗହଣା ଦୋକାନୀ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Comments are closed.