ପୋକ୍‌ସୋ ପୀଡ଼ିତାଙ୍କ ପରିଚୟ ପ୍ରଘଟ: ୨ ୱେବ ପୋର୍ଟାଲ ନାମରେ ମାମଲା

ବ୍ରଜରାଜନଗର :  ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନାରେ ଗତ କିଛି ପୂର୍ବରୁ ଏକ ପୋକ୍‌ସୋ ମାମଲା ରୁଜୁ ହୋଇଥିଲା। ହେଲେ ଦୁଇ ଗୋଟି ୱେବ ପୋର୍ଟାଲ ଏହି ଘଟଣାରେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କ ପରିଚୟ ସାର୍ବଜନୀନ କରିଥିବା ଅଭିଯୋଗ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା କରିଥିବା ନେଇ ରେଙ୍ଗାଲି ଥାନାରେ ବେଲପାହାଡ଼ ଅଂଚଳର ଜୈନିକ ବ୍ୟକ୍ତି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛନ୍ତି । ଏହି ଅଭିଯୋଗ ଆଧାରରେ  ଗତ ୧୨ ତାରିଖରେ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିବା ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.