ବିପୁଳ ପରିମାଣର ମଦ ଜବତ, ୩ ଅଟକ

ବ୍ରଜରାଜନଗର: ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାରୁ ରକ୍ଷା ପାଇବା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ଘରୁ ନ ବାହାରିବା କିମ୍ବା ଏକତ୍ର ନହେବା ପାଇଁ ପରାମର୍ଶ କରୁଛି। ସାରା ରାଜ୍ୟରେ ଲକ ଡାଉନ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀକାଳୀନ ସେବା ଏଥିରୁ ମୁକ୍ତ ରହିଛି। ସେପଟେ ସରକାର କରୋନା କଟକଣା ଲାଗିଥିବା ବେଳେ ମଦ ଦୋକାନ ଗୁଡିକୁ ବନ୍ଦ ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଫାଇଦା ଉଠାଇ କିଛି ମୁନାଫାଖୋର ଚଢା ଦରରେ ବେଆଇନ ଭାବେ ମଦ ବିକ୍ରି କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି।

ବ୍ରଜରାଜନଗର ଗାନ୍ଧୀ ଛକ ପୁଲିସ ପକ୍ଷରୁ ଆଜି ଏ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ସଦଳ ବଳ ଚଢ଼ଉ କରି କୁସମ ମୁଣ୍ଡାରୁ ୫୦ ଦେଶୀ ପୋଚ, ୪ ବିଦେଶୀ ମଦ ବୋତଲ, ଖୁଣ୍ଟପାଣି ଅଞ୍ଚଳରୁ ୪୦ ଲିଟର ରନ୍ଧା ଦେଶୀ ମଦ ଓ ଚିଚିଣ୍ଡାରୁ ୨୧ ବିୟର ବୋତଲ ଜବତ କରିବା ସହିତ ଧର୍ମେନ୍ଦ୍ର କିଷାନ, ସୁଶାନ୍ତ ମିର୍ଧା ଓ ମନୋଜ ପଟେଲକୁ ଅଟକ ରଖିଛନ୍ତି।

Comments are closed.