ମସ୍ତିଷ୍କ ସହ ଜଡ଼ିତ କିଛି ଅଜଣା କଥା

0

ମଣିଷ ମସ୍ତିଷ୍କ ବିଷୟରେ ବହୁତ ଏପରି ଚିତ୍ତାକର୍ଷକ କଥା ଅଛି ଯାହା ଅଧିକାଂଶ ଲୋକେ ଜାଣି ନାହାନ୍ତି। ମସ୍ତିଷ୍କ ହିଁ ଶରୀର ସବୁଠାରୁ ଜଟିଳ ଅଙ୍ଗ। ତେବେ ଆସନ୍ତୁ ଜାଣିବା ଏହି ଜଟିଳ ଅଙ୍ଗ ବିଷୟରେ କିଛି ଖାସ୍‍ କଥା –
– ଗୋଟିଏ ପ୍ରାପ୍ତ ବୟସ୍କ ମସ୍ତିଷ୍କର ଓଜନ ୩ ପାଉଣ୍ଡ(୧.୩୬ କେ.ଜି) ସମାନ ହୋଇଥାଏ। ଶରୀରର ସମ୍ପୂର୍ଣ୍ଣ ଓଜନର ଏହା ୨%।
– ବି ବ୍ରେନ୍‍ ଫିଟ୍‍ ରିପୋର୍ଟ ଅନୁସାରେ, ଶରୀର ଗ୍ରହଣ କରୁଥିବା ସମ୍ପୂର୍ଣ୍ଣ ଶକ୍ତି ଓ ଅମ୍ଳଜାନର ୨୦% ମସ୍ତିଷ୍କ ଗ୍ରହଣ କରିଥାଏ। ଏହା ଶରୀରର ସବୁଠାରୁ ଅଧିକ ଶକ୍ତି ଗ୍ରହଣ କରୁଥିବା ଅଙ୍ଗ।
– ପର୍ଯ୍ୟାପ୍ତ ପରିମାଣର ପାଣି ନପିଇବା ଦ୍ୱାରା ମସ୍ତିଷ୍କର ଧୂସର ରଙ୍ଗର ଏକ ଭାଗ ସଙ୍କୁଚିତ ହେବାକୁ ଲାଗିଥାଏ। ଯେଉଁଥିପାଇଁ ମଣିଷର ଭାବିବା ଓ ଚିନ୍ତା କରିବା ଶକ୍ତି ଦୁର୍ବଳ ହୋଇଯାଏ।
– ମଣିଷ ଜାତି ନିଜ ମସ୍ତିିଷ୍କର ସମ୍ପୂର୍ଣ୍ଣ କ୍ଷମତାର କେବଳ ୨୦% ବ୍ୟବହାର କରିପାରେ।
– ମସ୍ତିଷ୍କର ବିକାଶ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ।
– ଆପଣଙ୍କ ମସ୍ତିଷ୍କରେ ଗୋଟିଏ ଦିନରେ ପ୍ରାୟ ୭୦,୦୦୦ ଭାବନା ବା ବିଚାର ଆସିଥାଏ। ତନ୍ମଧ୍ୟରୁ ୭୦% ନକାରାତ୍ମକ ହୋଇଥାଏ।

Leave A Reply