ଆଶ୍ଚର୍ଯ୍ୟ ହେଲେ ବି ସତ, ତିନି ଜଣ ଲୋକଙ୍କ ମସ୍ତିଷ୍କ(ବ୍ରେନ୍‌)କୁ ସଂଯୋଗ କଲେ ବୈଜ୍ଞାନିକ

0

ନ୍ୟୁୟର୍କ .- ଆପଣ ଆଗରୁ ଟେଲିପାଥି କଥା ଶୁଣିଥିବେ । ମଣିଷର ମନକୁ କେହି ପଢି ଦେଇ ପାରନ୍ତି । ଆଗରୁ ଏହା କାହାଣୀ ପରି ଲାଗୁଥିଲେ ମଧ୍ୟ ଏବେ ତାହାକୁ ବୈଜ୍ଞାନିକ ମାନେ ସତରେ ପରିଣତ କରି ପାରିଛନ୍ତି । ବୈଜ୍ଞାନିକମାନେ ଏକ ନେଟଓ୍ୱର୍କ ତିଆରି କରିଛନ୍ତି । ଏହାର ନାମ ବ୍ରେନ୍‌ ନେଟ୍‌’ ଦେଇଛନ୍ତି । ଏହା ଦ୍ୱାର ପ୍ରଥମ ଥର ପାଇଁ ତିନିଜଣ ଲୋକଙ୍କର ମସ୍ତିଷ୍କକୁ ସଂଯୋଗ କରିବା ସହ ସେମାନଙ୍କ ଭିତରେ ବିଭିନ୍ନ ତଥ୍ୟର ଆଦାନ ପ୍ରଦାନ ଏଥିଯୋଗୁଁ ସମ୍ଭବ ହୋଇ ପାରିଛି ।

ଟେରିସ ଭିଡିଓ ଗେମ୍‌ ଖେଳିବା ପାଇଁ ତିନିଜଣ ଲୋକଙ୍କର ମସ୍ତିଷ୍କକୁ ଏହି ବ୍ରେନ ନେଟ୍‌ ସାହାଯ୍ୟରେ ଯୋଡିଛନ୍ତି ।  ଏଥିଯୋଗୁଁ ତିନିଜଣ ତିନିଜଣଙ୍କ ମଧ୍ୟରେ ବାବର ଆଦାନ ପ୍ରଦାନ କରିବା ସହ କିଛି କଥା ନ କହି , ସଙ୍କେତ ନ ଦେଇ ତଥ୍ୟର ଆଦାନ ପ୍ରଦାନ କରିଛନ୍ତି ।

Leave A Reply