ବିଭ୍ରାନ୍ତିରେ ରଖେ ‘ବ୍ରେନ୍‍ ଫଗ୍‍’

ବ୍ୟସ୍ତବହୁଳ ଜୀବନଶୈଳୀରେ ଚିନ୍ତା, ଅବସାଦ ଅଧିକ ବଢିଯାଇଥିବା ପରି ଲକ୍ଷ୍ୟ କରାଯାଏ। ବିଶେଷକରି ଯୁବପିଢି ଏହାର ଅଧିକ ଶିକାର ହେଉଛନ୍ତି। ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଯେଉଁ କେତେକ ଅସୁସ୍ଥତା ଆକ୍ରାନ୍ତ କରିଥାଏ, ସେଥିମଧ୍ୟରୁ ବ୍ରେନ୍‍ ଫଗ୍‍ ଅନ୍ୟତମ। ଏହା ମଣିଷର ସ୍ମୃତିଶକ୍ତି ଓ ଭାବନାକୁ ଦୁର୍ବଳ କରିଦିଏ। ଏକାଗ୍ରତା ରହେନାହିଁ। କୌଣସି କଥା ସ୍ପଷ୍ଟ ହୋଇନପାରିବାରୁ ବ୍ୟକ୍ତି ନିଜକୁ ଏକପ୍ରକାର ଧୂଆଁଳିଆ ଅବସ୍ଥାରେ ଦେଖିବାକୁ ପାଏ। ଆରମ୍ଭରୁ ଏହି ସମସ୍ୟାର ଚିକିତ୍ସା କରାନଗଲେ ପରେ ଏହା ଗୁରୁତର ରୂପ ନେଇପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥିରେ ବ୍ୟକ୍ତି ସବୁବେଳେ ଦ୍ୱନ୍ଦ୍ୱରେ ରହିବା ସହ ନିଜକୁ ନିଃସଙ୍ଗ ଏବଂ ଅବ୍ୟବସ୍ଥିତ ତଥା ଅବହେଳିତ ମନେକରନ୍ତି।

କାରଣ: ବ୍ରେନ୍‍ ଫଗ୍‍ର ଏକାଧିକ କାରଣ ରହିଛି। ଏଥିରୁ ପ୍ରମୁଖ ହେଉଛି ଚିନ୍ତା ବା ଉତ୍ତେଜନା। ଏହା ରକ୍ତଚାପ ବଢାଇ ଶରୀରର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ କରିଦିଏ ଏବଂ ମଣିଷକୁ ଅବସାଦଗ୍ରସ୍ତ କରିଦେଇଥାଏ। ବହୁଦିନ ଧରି ଏପରି ସ୍ଥିତିରେ ରହିଲେ ବ୍ରେନ୍‍ ଫଗ୍‍ରେ ଆକ୍ରାନ୍ତ ହୋଇପାରନ୍ତି।

ସେହିପରି ନିଦ୍ରାହୀନତା ଏକାଧିକ ଅସୁସ୍ଥତାର କାରଣ ହୋଇଥାଏ। ଏହା ମଧ୍ୟରୁ ବ୍ରେନ୍‍ ଫଗ୍‍ ଅନ୍ୟତମ। ପ୍ରତିଦିନ ରାତିରେ ଆଠରୁ ୯ଘଣ୍ଟା ନଶୋଇଲେ ଏକାଗ୍ରତା ଏବଂ ଚିନ୍ତା କରିବାର କ୍ଷମତା ହ୍ରାସ ପାଇପାରେ।
ହରମୋନ୍‍ ପରିବର୍ତ୍ତନ ମଧ୍ୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣ ବେଳେ ପ୍ରୋଜେଷ୍ଟରନ୍‍ ଓ ଏଷ୍ଟ୍ରୋଜେନ୍‍ ହରମୋନ୍‍ ସ୍ତର ବଢିଯାଏ ଯାହା ସ୍ମୃତିଶକ୍ତି ଉପରେ ପ୍ରଭାବ ପକାଏ। ତେଣୁ ଏହା ମଧ୍ୟ ବ୍ରେନ୍‍ ଫଗ୍‍ର କାରଣ ହୋଇପାରେ।

ଖାଦ୍ୟର ମଧ୍ୟ ମାନସିକ ସ୍ୱାସ୍ଥ୍ୟ ସହ ସମ୍ପର୍କ ରହିଛି। ଭିଟାମିନ୍‍ ବି-୧୨ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ବିଶେଷ ଜରୁରୀ। ଏହା ବାଦ୍‍ କୌଣସି ପ୍ରକାର ଫୁଲା, କ୍ଳାନ୍ତି, ରକ୍ତଶର୍କରା ସ୍ତରରେ ପରିବର୍ତ୍ତନ ମାନସିକ ଅବସାଦର କାରଣ ହୋଇପାରେ। କ୍ରମାଗତ ୬ମାସରୁ ଅଧିକ ସମୟ କ୍ଳାନ୍ତି ମଧ୍ୟରେ ରହିଲେ ମାନସିକ ଅସୁସ୍ଥତା ଆକ୍ରାନ୍ତ କରିବା ସହ ବ୍ରେନ୍‍ ଫଗ୍‍ର କାରଣ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଏବେ କରୋନା ମହାମାରୀ ଯୋଗୁ ଜୀବନ ସହ ଜୀବିକା ବି ପ୍ରଭାବିତ ହୋଇଥିବାରୁ ଅନେକେ ମାନସିକ ଅସୁସ୍ଥତାର ଶିକାର ହେଉଥିବା ଦେଖାଯାଏ। ଏ ପ୍ରକାର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଚିନ୍ତାରୁ ଦୂରେଇ ରହିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବାର ଚେଷ୍ଟା କରନ୍ତୁ। ସୁଷମ ଖାଦ୍ୟ ଖାଇବା ଏବଂ ପ୍ରତିଦିନ ବ୍ୟାୟାମ କରିବା ସହ ସାମାଜିକ ଜୀବନରେ ବ୍ୟସ୍ତ ରହିଲେ ବ୍ରେନ୍‍ ଫଗ୍‍ କିମ୍ବା କୌଣସି ପ୍ରକାର ମାନସିକ ଅସୁସ୍ଥତା ଆକ୍ରାନ୍ତ କରିବାର ଆଶଙ୍କା ନିଶ୍ଚୟ

Comments are closed.