ମହାକାଶ ଯାତ୍ରା କାରଣରୁ ମସ୍ତିଷ୍କ ପ୍ରଭାବିତ!

# ଦିନକୁଦିନ ବିଜ୍ଞାନ ଅଗ୍ରତି କରୁଛି, ଏଥିରେ ଦ୍ବିମତ ନାହିଁ। ମହାକାଶରେ ‘ସ୍ପେସ୍ ହୋମ୍’ ନିର୍ମାଣ ହେବାକୁ ଯାଉଥିବାବେଳେ ଅନ୍ୟ ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ମହାକାଶ ଯାତ୍ରା କରୁଥିବା ମହାକାଶଚାରୀଙ୍କ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥାଏ। ମହାକାଶର ଗଭୀରତାରେ ବିକିରଣ କାରଣରୁ ମନୁଷ୍ୟ ଓ ପ୍ରାଣୀ ଉଭୟଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ୁଥିବାର ଗବେଷଣାରୁ ଜଣାପଡ଼ିଛି। କଲରାଡୋ ଷ୍ଟେଟ୍ ବିଶ୍ବବିଦ୍ୟାଳୟର ଗବେଷକ ୪ ମାସ ତଳେ ମୂଷାଙ୍କୁ ପ୍ରଥମେ ଏହି ଗବେଷଣାରେ ସାମିଲ କରିଥିଲେ। ଗବେଷକଙ୍କ କହିବାନୁସାରେ, ମୂଷାଙ୍କୁ ମହାକାଶକୁ ପ୍ରେରଣ କରାଯାଇନଥିବାବେଳେ ସେମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ପରୀକ୍ଷାଗାର ତିଆରି କରାଯାଇଥିଲା। ଯାହା ଭିତରର ତାପମାତ୍ରା ଓ ବିକିରଣ ମହାକାଶ ପରି। ମୂଷାମାନେ କେଇ ସପ୍ତାହ ରହିବା ପରେ ହିଁ ସେମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ୁଥିବାର ସ୍ପଷ୍ଟ ହୋଇଥିଲା। ଗବେଷକ ମୁଖ୍ୟ ଲିଓନ୍‌ଙ୍କ ମତରେ ମହାକାଶଚାରୀମାନେ ମାସମାସ ଧରି ମହାକାଶରେ ରହୁଛନ୍ତି। ପୃଥିବୀପୃଷ୍ଠକୁ ଆସିବା ପରେ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ପ୍ରଭାବିତ ହେଉଥିବ। ଏ ବାବଦରେ ଅଧିକ ଗବେଷଣା ଜାରି ରହିଛି।

Comments are closed.