ଟ୍ରକକୁ ଧକ୍କାଦେଲା ବସ, ୮ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବା ସିଲ୍କି ସିଟି ନାମକ ବସଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ନିକଟ ଜାତୀୟ ରାଜପଥ ୧୬ରେ ବସଟି ପଛପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଥିବା ବସ୍ ଡ୍ରାଇଭର ଏବଂ ହେଲପରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.