ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଜବତ, ଚୋରା ଚାଲାଣ ସନ୍ଦେହ

ବ୍ରହ୍ମପୁର: ତାମିଲନାଡୁର ସାଲେଙ୍ଗ ଅଞ୍ଚଳରୁ ଏକ କାରରେ ବ୍ରହ୍ମପୁରକୁ ଅଣାଯାଉଥିବା ବିପୁଳ ପରିମାଣର ସୁନା ଓ ରୁପା ଗହଣା ଭର୍ତ୍ତି ଗାଡିକୁ ଜବତ କରିଛି ପୁଲିସ । ଗୋସାଇଁନୁଆଁଗାଁ ଥାନା ପୁଲିସ ବିପୁଳ ପରିମାଣର ଥାନା ଓ ରୂପା ଗହଣା ଜବତ କରିବା ସହ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଠାବ ଗହଣା ମଧ୍ୟରେ ୨୩୫ କିଲୋ ରୁପା ଓ ସାଢେ ୪ କେଜି ସୁନା ରହିଥିବା ଜଣାପଡିଛି । ଯାହାର ଅନୁଆମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ହେବ । ଏହି ବ୍ୟକ୍ତିମାନେ ଗାଡିର ସିଟ୍ ଭିତରେ ଲୁଚାଇ ବେଆଇନ ଚାଲାଣ କରୁଥିଲେ ।

Comments are closed.