ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ : ୨ ଯୁବକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଚାଲିଛି ବ୍ରାଉନସୁଗାର କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଧଳା ଜହର ଆଣି ବିକ୍ରି କରାଯାଉଛି । ଟାଉନ ଥାନା ପୁଲିସ ଆଜି ୨ ଯୁବକଙ୍କ ଠାରୁ ୧୫.୭୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ପରେ ଉପୋରକ୍ତ କଥା ସ୍ପଷ୍ଟ ହୋଇଛି । ଆଜି ଟାଉନ ଥାନା ପୁଲିସ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାକୁ ଚଢ଼ାଉ କରିବା ବେଳେ ୨ ଯୁବକଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୧୫.୭୭ ଗ୍ରାମ ବ୍ରାଉନ ସୁଗାର ଜବତ ହେଇଥିଲା ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଗିରଫ ୨ ଯୁବକ ହେଲେ ଗାନ୍ଧିନଗର ୩ୟ ଲାଇନର ସନ୍ଦୀପ ଅଗ୍ରୱାଲ ଓ ଅରବିନ୍ଦନଗର ୨ୟ ଲାଇନର ପ୍ରଭୁକଲ୍ୟାଣ ପଣ୍ଡା । ସେମାନଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି ।

Comments are closed.