ପ୍ରବାସୀଙ୍କ ଜାତୀୟ ରାଜପଥ ଅବରୋଧ

ବ୍ରହ୍ମପୁର: ତୁରନ୍ତ ଘରକୁ ପଠାଇବାର ବ୍ୟବସ୍ଥା ଦାବି କରି ୧୬ ନଂ ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ପ୍ରବାସୀ । ବ୍ରହ୍ମପୁର ଉପକଣ୍ଠ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ଗୁରୁବାର ସକାଳୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରୁଥିବା ପ୍ରବାସୀଙ୍କୁ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ରଖାଯିବା ପରେ ବସ ଯୋଗେ ପର୍ଯ୍ୟାୟ କ୍ରମେ ନିଜ ଅଞ୍ଚଳକୁ ପଠା ଯାଉଛି । ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡା ଭଳି ଜିଲ୍ଲାର ପ୍ରବାସୀ ଏଠାକୁ ଆସିଛନ୍ତି । ସେଠାରେ ଦିନରାତି ପୁଲିସ ଓ ସରକାରୀ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଏହି ପ୍ରବାସୀଙ୍କୁ ଠିକ ଭାବେ ଖାଇବାକୁ ଦିଆ ଯାଉନଥିବା ଓ ନିଜ ଅଞ୍ଚଳକୁ ପଠାଇବାରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଶତାଧିକ ପ୍ରବାସୀ ବସଷ୍ଟାଣ୍ଡ ରୁ ବାହାରି ଜାତୀୟ ରାଜପଥ କୁ ଆସି ଧାରଣା ଦେଇଛନ୍ତି । ଫଳରେ ରାଜପଥ ଉପରେ ବର୍ତ୍ତମାନ ବହୁ ଗାଡ଼ି ମଟର ଅଟକିବା ସହ ଆନ୍ଧ୍ରପ୍ରଦେଶ-ଭୁବନେଶ୍ୱର ଯାତାୟାତ ବନ୍ଦ ହୋଇଛି ।

Comments are closed.