ଆଇପିଏଲରେ ଚଳିତ ବର୍ଷ ଚମ୍ପିଆନ ହେବ ଏହି ଦଳ: ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କ ଭବିଷ୍ୟବାଣୀ

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ୟୁଏଇରେ ଆଇପିଏଲ୍ ଆୟୋଜିତ ହେବାକୁ ଯାଉଛି । ଦ୍ବିତୀୟଥର ପାଇଁ ୟୁଏଇ ଆଇପିଏଲ୍ ଆୟୋଜନ କରୁଛି । ଏହା ପୂର୍ବରୁ ୨୦୧୪ରେ ନିର୍ବାଚନ ଯୋଗୁଁ ଆଇପିଏଲ୍ ୟୁଏଇରେ ଆୟୋଜିତ ହୋଇଥିଲା। ଏହି ସ୍ଥିତିରେ ଅଷ୍ଟ୍ରେଲିଆର ଏହି ବଡ଼ କ୍ରିକେଟ ଖେଳାଳି ଆଇପିଏଲରେ ଚଳିତ ବର୍ଷ କିଏ ଚମ୍ପିଆନ ହେବ ଓ କିଏ ମ୍ୟାନଅଫ୍ ଦି ଟୁର୍ଣ୍ଣାମେଣ୍ଟ ହେବ ସେଥିନେଇ ଆଗୁଆ ଭବିଷ୍ୟବାଣୀ କରିଛନ୍ତି ।

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ବ୍ରାଡ଼ ହଗ୍ କହିଛନ୍ତି ଯେ ୟୁଏଇରେ ଆୟୋଜିତ ହେବାକୁଥିବା ଏହି ଆଇପିଏଲ୍ ପୁରା ଅଲଗା ହେବ । ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ରାଡ଼ ହକ୍ ୨୦୨୦ ଆଇପିଏଲ୍ ନିମନ୍ତେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଦାବିଦାର ବୋଲି କହିଛନ୍ତି । ମୁମ୍ବାଇ ଇଣ୍ଡିଆନ ପୂର୍ବରୁ ୪ଥର ଚମ୍ପିଆନ ହୋଇଛି, ମାତ୍ର ବାଙ୍ଗାଲୋରର ରୟାଲ ଚ୍ୟାଲେଞ୍ଜର ଥରଟିଏ ମଧ୍ୟ ବିଜୟ ମୁକୁଟ ପିନ୍ଧିନାହିଁ । ଏହି ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ଚମ୍ପିଆନ ହେବ ବୋଲି ହଗ୍ କହିଛନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ ଖେଳାଳୀ ହାର୍ଦିକ ପାଣ୍ଡ୍ୟାା ଚଳିତ ବର୍ଷ ଆଇପିଏଲରେ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇପାରନ୍ତି ବୋଲି ହଗ୍ କହିଛନ୍ତି ।

ନିଜ ୟୁ-ଟ୍ୟୁବ୍ ଚ୍ୟାନେଲ ହଗ୍ସ ବ୍ଲଗରେ ଆଇପିଏଲକୁ ନେଇ ନିଜ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ ହୋଇପାରେ, କିନ୍ତୁ ଆରସିବି ଟିମ୍ ବିଜୟୀ ହେବା ଅସମ୍ଭବ ନୁହେଁ । ବାଙ୍ଗାଲୋର ଆରସିବି ଥରଟିଏ ବି ଆଇପିଏଲ୍ ମୁକୁଟ ପିନ୍ଧିନାହିଁ । ମାତ୍ର ଚଳିତ ବର୍ଷ ବିରାଟ କୋହଲି, ଏ.ବି.ଡ଼ିଭିଲୟର୍ସ, ଆରୋନ ଫିଞ୍ଚଙ୍କ ପରି ବ୍ୟାଟ୍ସମ୍ୟାନ ଅଛନ୍ତି । ସେହିପରି କେନ୍ ରିଚାର୍ଡ଼ସନ, ଡ଼େଲ୍ ଷ୍ଟେନଙ୍କ ପରି ବୋଲର ମଧ୍ୟ ଅଛନ୍ତି । ତେଣୁ ଚଳିତବର୍ଷ ଆରସିବି କିଛି ଚମତ୍କାର କରିପାରେ ବୋଲି ହଗ୍ ଆଶାପ୍ରକାଶ କରିଛନ୍ତି ।

Comments are closed.