ଅଭିବୃଦ୍ଧିରେ ଭୁବନେଶ୍ୱର ବିମାନ ବନ୍ଦର ଦେଶରେ ଦ୍ୱିତୀୟ

0

ନୂଆଦିଲ୍ଲୀ: ଗତ ୨୦୧୭-୧୮ ବର୍ଷରେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟାରେ ୩୯.୪ ପ୍ରତିଶତ ବୃଦ୍ଧି ଘଟିଛି। ଦ୍ରୁତ ଅଭିବୃଦ୍ଧି ଘଟୁଥିବା ଦେଶର ୨୦ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି ବୋଲି କେନ୍ଦ୍ର ସରକାର ରାଜ୍ୟସଭାରେ ଜଣାଇଛନ୍ତି। ତେବେ ଭୁବନେଶ୍ୱରରେ ଦ୍ୱିତୀୟ ବିମାନ ବନ୍ଦର ସ୍ଥାପନା ପ୍ରସ୍ତାବକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ ବୋଲି କେନ୍ଦ୍ର ସରକାର ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି। ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଜଣାଇଛନ୍ତି ଯେ ଦ୍ୱିତୀୟ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ନିକଟରେ ତିନୋଟି ସ୍ଥାନ ଚିହ୍ନଟ କରିଥିଲେ। ଭାରତୀୟ ବିମାନ ପ୍ରାଧିକରଣର ଟିମ ସଂପୃକ୍ତ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ ପ୍ରିଫିଜିବିଲିଟି ରିପୋର୍ଟ ପ୍ରଦାନ କରିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀ ସେବାର ଉନ୍ନତିକରଣ ପାଇଁ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ ନିର୍ମାଣ, ଆପ୍ରୋନର ସଂପ୍ରସାରଣ ଏବଂ ବୈଷୟିକ ବ୍ଳକ ତଥା କଣ୍ଟ୍ରୋଲ ଟାୱାର ନିର୍ମାଣ କାମ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି।

Leave A Reply