ନ୍ୟାସନାଲ ବୟଫ୍ରେଣ୍ଡ୍ ଡେ; ସାଥୀଙ୍କ ସହ ଶେୟାର କରନ୍ତୁ ନାହିଁ ଏହି ୫ଟି କଥା

କୁହାଯାଏ ଉତ୍ତମ ସମ୍ପର୍କ ପାଇଁ ନିଜ ବୟଫ୍ରେଣ୍ଡ୍ ବା ପୁରୁଷସାଥୀଙ୍କୁ କୌଣସି କଥା ଲୁଚାଇବା ଉଚିତ୍ ନୁହେଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସମସ୍ତ ମୂଲ୍ୟହୀନ କଥା ତାଙ୍କୁ ଜଣାଇବେ। ତାଙ୍କୁ ପସନ୍ଦ ନହେବା ଭଳି କଥା ଶେୟାର କରିବେ। ଯେପରି ମୋ ସାଙ୍ଗ ସହ ଆଜି କ’ଣ ହେଲା, ଆମ ଘର ଲୋକ ତୁମକୁ ପସନ୍ଦ କରନ୍ତି ନାହିଁ। ଏସବୁ କଥା ଶୁଣିବାକୁ ଆପଣଙ୍କ ବୟଫ୍ରେଣ୍ଡ୍ ଆଗ୍ରହ ପ୍ରକାଶ କରିବେ ନାହିଁ କିମ୍ବା ଶୁଣିଲେ ମନ ଖରାପ କରିବେ। ତେବେ ଆସନ୍ତୁ ଜାଣିବା କେଉଁ କଥା ଆପଣ ନିଜ ବୟଫ୍ରେଣ୍ଡଙ୍କ ସହ  ଶେୟାର କରିବେ ନାହିଁ।

ମୁଁ ଏତେ ଟଙ୍କା ଖର୍ଚ୍ଚ କଲି: ବୟଫ୍ରେଣ୍ଡ୍ ଜାଇବା ଉଚିତ୍ ନୁହେଁ ଯେ ଆପଣ କେତେ ଟଙ୍କା ଖର୍ଚ୍ଚ କଲେ ଏବଂ ଆପଣଙ୍କ ପାଖରେ ଆଉ କେତେ ଟଙ୍କା ରହିଛି। ଯଦି ଆପଣ ବିବାହିତ ତେବେ କଥା ଅଲଗା। କାରଣ ଆପଣଙ୍କ ଉପରେ ଦାୟିତ୍ବ ରହିଛି। ଯଦି ଆପଣ ଅବିବାହିତ ତେବେ ପଚାରିବା କିମ୍ବା ଜଣାଇବା ଆବଶ୍ୟକ ନାହିଁ।

ତୁମେ ଖାଇଲ: ଖାଇଲ କି ନାହିଁ, ଏକଥା ବାରମ୍ବାର ପଚାରିବା ଉଚିତ୍ ନୁହେଁ। ସାରା ଦିନ ଏକଥା ବାରମ୍ବାର ପଚାରିବା ଦ୍ବାରା ଆପଣଙ୍କ ବୟଫ୍ରେଣ୍ଡ ଚିଡ଼ି ଯାଇପାରନ୍ତି।

ମୋ ଏକ୍ସର ବିବାହ ହୋଇଯାଇଛି: ଏକଥା ଆପଣଙ୍କ ବୟଫ୍ରେଣ୍ଡ ଜାଣିବା ପାଇଁ ବିଲକୁଲ୍ ଇଚ୍ଛୁକ ନୁହଁନ୍ତି। ଯଦି ଆପଣ ଏଭଳି କଥା ସାଥୀଙ୍କୁ ଜଣାଇବେ ତେବେ ଏହାର ଅର୍ଥ ହେଉଛି ଆପଣ ଏପର୍ଯ୍ୟନ୍ତ ପୁରୁଣା ସାଥୀ ବା ଏକ୍ସକୁ ଭୁଲି ନାହିଁନ୍ତି।

ମୋ ମା’ ତୁମକୁ ପସନ୍ଦ କରନ୍ତି ନାହିଁ: ଯଦି ଆପଣଙ୍କ ଘରଲୋକ ବା ମାଆ ଆପଣଙ୍କ ପୁରୁଷସାଥୀଙ୍କୁ ପସନ୍ଦ କରନ୍ତି ନାହିଁ ତେବେ ଏକଥା ତାଙ୍କୁ ଜଣାଇବା ଉଚିତ୍ ନୁହେଁ। ଯଦି ଆପଣଙ୍କୁ କୌଣସି କଥା ପସନ୍ଦ ଆସେନାହିଁ ତେବେ ସେ ବାବଦରେ ଆପଣ ନିଜ ସାଥୀଙ୍କ ସହ କଥା ହୋଇ ପାରିବେ।

ଜାଣିଛ, ଆଜି ମୋ ସାଙ୍ଗ ସହ କ’ଣ ହେଲା: ଏଭଳି କଥା ବିଲକୁଲ କୁହନ୍ତୁ ନାହିଁ। ଯଦି ଆପଣଙ୍କ ସାଙ୍ଗ କୌଣସି ବିଶେଷ କଥା ଆପଣଙ୍କ ସହ ଶେୟାର କରିଛି, ତେବେ ତାହା ଅନ୍ୟ କାହାକୁ କହିବାର ଅର୍ଥ ନିଜ ସାଙ୍ଗର ଭରସା ଭାଙ୍ଗିବା। ଏହା ସହ ଆପଣଙ୍କ ବୟଫ୍ରେଣ୍ଡ ମଧ୍ୟ ଏହାକୁ ଶୁଣିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ।

Comments are closed.