ଚୀନ ସାମଗ୍ରୀକୁ ପ୍ରୋତ୍ସାହିତ କରୁଛନ୍ତି ଭାରତୀୟ କ୍ରିକେଟ ଓ ସିନେ ତାରକା

ନୂଆଦିଲ୍ଲୀ: ଚୀନ ସାମଗ୍ରୀ ଓ ଉତ୍ପାଦର ପ୍ରୋତ୍ସାହନ କରୁଛନ୍ତି ଭାରତୀୟ କ୍ରିକେଟ ଓ ସିନେ ତାରକା । ଅମୀର ଖାନ୍‌, ଦୀପିକା ପାଦୁକୋନ୍‌, କ୍ୟାଟ୍ରିନା କୈଫ୍‌, , ଶିଳ୍ପା ସେଟ୍ଟି, ମାଧୁରୀ ଦୀକ୍ଷିତ୍ ଏବଂ କ୍ରିକେଟିଅର ବିରାଟ  କୋହଲି, ସଚ୍ଚିନ୍‌ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀ, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, ରଣବୀର କପୁର, ସିଦ୍ଧାର୍ଥ ମାଲହୋତ୍ରା, ସଲମନ ଖାଁ, ଶ୍ରଦ୍ଧା କପୁର ପ୍ରମୁଖ  ବିଭିନ୍ନ ଚୀନ ସାମଗ୍ରୀ ନିମନ୍ତେ ବିଜ୍ଞାପନ କରୁଛନ୍ତି ।

ତେଣୁ ଏହାକୁ ବନ୍ଦ କରିବାକୁ ଏହି ଅଭିନେତା ଓ କ୍ରିକେଟିୟରମାନଙ୍କୁ ଅନୁରୋଧ କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ଚାଇନା ନିର୍ମିତ ସାମଗ୍ରୀର ପ୍ରୋତ୍ସାହନ ନ କରିବାକୁ ମହାସଂଘ ଅନୁରୋଧ କରିଛି ।

ଗଲୱାନ ଘାଟି ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କ ପାଇଁ ଏହା ସବୁଠାରୁ ବଡ଼ ସମ୍ମାନ ହୋଇପାରିବ ବୋଲି ମହାସଂଘ କହିଛି । ଏ ସମ୍ପର୍କରେ ମହାସଂଘ ପକ୍ଷରୁ ସବୁ ଅଭିନେତା ଓ କ୍ରିକେଟ ଖେଳାଳିଙ୍କୁ ଚିଠି ଲେଖାଯାଇଛି ।

ଚୀନ ମୋବାଇଲର ପ୍ରୋତ୍ସାହନ କରୁଥିବା ସିନେ ତାରକା

ଓପୋ: ଦୀପିକା ପାଦୁକୋନ୍‌, କ୍ୟାଟ୍ରିନା କୈଫ୍‌, ରଣବୀର କପୁର,ବାଦଶାହ, ସିଦ୍ଧାର୍ଥ ମାଲହୋତ୍ରା
ଭିଭୋ:ବିରାଟ କୋହଲି, ଅମୀର ଖାନ୍‌, ସାରା ଅଲ୍ଲୀ ଖାନ୍‌


ସାଓମି: ରଣବୀର ସିଂହ
ରିଅଲମି:ସଲମନ୍‌ ଖାନ୍‌, ଆୟୂଷ୍ମାନ ଖୁରାନା,ଶ୍ରଦ୍ଧା କପୁର,

Comments are closed.