ବାପାଙ୍କ ବନ୍ଧୁକ ଚୋରି କରି ନେଇ ଯାଇଥିବା ବାଳକକୁ ଆତଙ୍କବାଦୀ ହେବାରୁ ନିବୃତ୍ତ କଲା ସେନା

0

ଶ୍ରୀନଗର ..- ବାପାଙ୍କ ବନ୍ଧୁକ ଚୋରି କରି ନେଇ  ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବା ପାଇଁ ଯାଇଥିବା ଜଣେ ନାବାଳକକୁ ସେନା ବାହିନୀର ଯବାନମାନେ ଉଦ୍ଧାର କରିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।  ଜାମ୍ମୁ କାଶ୍ମୀରର ଏହି ନାବାଳକ ଜଣଙ୍କ ଇଣ୍ଟରନେଟ୍‌ରେ ଆତଙ୍କବାଦ ବିଷୟରେ ପଢ଼ି ଅନୁପ୍ରାଣିତ ହୋଇଥିଲା ।ଏହା ସହ ଆତଙ୍କବାଦୀ ସଙ୍ଗଠନରେ  ସାମିଲ ହେବା ପାଇଁ ଯାଇଥିଲା ।

ଘର ଛାଡିବା ବେଳେ ସେ ନିଜ ବାପାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଚୋରି କରି ନେଇଥିଲା । ମାତ୍ର ତାକୁ ପୁଞ୍ଚ ଜିଲ୍ଲାର ମେନ୍ଧାର ନିକଟରୁ ଉଦ୍ଧାର କରାଯାଇଥିଲା ।   ସେ ନାବାଳକ ହୋଇଥିବାରୁ ତାଙ୍କ ନାମରେ କୌଣସି ମାମଲା ରୁଜ କରାଯାଇ ନାହିଁ । କେବେଳ ପୁଲିସ ତାଙ୍କୁ ବୁଝା ସୁଝା କରି ଛାଡି ଦେଇଛି । ଅନ୍ୟ ନାବଳକମାନେ ସମାଜର ମୁଖ୍ୟ ସ୍ରୋତରେ ରୁହନ୍ତୁ ଆତଙ୍କବାଦରେ ସାମିଲ ନ ହୁଅନ୍ତୁ ସେ ବିଷୟରେ ଚେତାବନୀ ଦେଇଛି । ସେନା ଓ ଜାମ୍ମୁ କାଶ୍ମୀର ପୁଲିସର ଏହି କାର୍ଯ୍ୟକଳାପକୁ ନାବାଳକଙ୍କ ପିତାମାତା ପ୍ରଶଂସା କରିଛନ୍ତି ।

Leave A Reply