ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଚାନ୍ଦେଲ ଗ୍ରାମର ଜଣେ ନାବାଳକ ନଦୀକୁ ଗାଧୋଇବାକୁ ଯାଇ ନଦୀସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଚାନ୍ଦେଲ ଗ୍ରାମର କୀର୍ତ୍ତନ ଦଣ୍ଡସେନାଙ୍କ ପୁଅ ଡୋଲେଶ (୧୩) ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ନିକଟସ୍ଥ ସୁନ୍ଦର ନଦୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଗଭୀର ନଦୀ ଭିତରକୁ ଚାଳି ଯାଇ ଭାସି ଯାଇଥିଲେ। ତାଙ୍କର ଅନ୍ୟ ୨ ଜଣ ସାଙ୍ଗ ଆସି ଖାଁରେ ଖବର ଦେବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ।

ଖବର ପାଇ ଖଡିଆଳ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଖଡିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିନେ୍ଧକେଲା ଥାନାକୁ ମଧ୍ୟ ଖବର ଦିଆଯାଇଛି। ନଦୀରେ ସ୍ରୋତ ପ୍ରଖର ଥିବାରୁ ପତ୍ତା କରାଯାଇପାରୁନଥିବା ଉଦ୍ଧାରକାରୀ ଦଳ ପ୍ରକାଶ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ନାବାଳକର ପତ୍ତା ମିଳିନଥିବା ସୂଚନା ମିଳିଛି।

Comments are closed.