ମା-ବାପା ମୋବାଇଲ୍ ଫେରାଇ ନେବାରୁ, ଜୀବନ ହାରିଲା ପୁଅ

ମୁମ୍ବାଇ : ମୋବାଇଲ୍ ପାଇଁ ଜୀବନ ହାରିଲେ ନାବାଳକ। ମା-ବାପା ମୋବାଇଲ୍ ଫେରାଇ ନେବାରୁ ଜଣେ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହାରାଷ୍ଟ୍ରରେ ଏହି ଅଭାବନୀୟ ଘଟଣା ଘଟିଛି।

ପୁଲିସ ଅନୁଯାୟୀ, ସ୍ଥାନୀୟ ସ୍କୁଲରେ ପଢୁଥିବା ଜଣେ ୧୩ ବର୍ଷର ବାଳକ ସର୍ବଦା ଘରେ ମୋବାଇଲରେ ଖେଳ ମାତୁଥିଲା। ଏନେଇ ମା-ବାପା ସର୍ବଦା ତାକୁ ଗାଳି କରୁଥିଲେ। ପରେ ପିଲାଟି ଠାରୁ ସେମାନେ ମୋବାଇଲ୍ ଫୋନ୍ ଫେରାଇ ନେଇଥିଲେ। ଏଥିରେ ପିଲାଟି ଉତକ୍ଷିପ୍ତ ହୋଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ଏହି ଘଟଣାଟି ମଙ୍ଗଳବାର ଦିନର ବୋଲି ଜଣାପଡିଛି।

Comments are closed.