ପୋଖରୀରେ ବୁଡି ନାବାଳକ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଗାଁ ପୋଖରୀରୁ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରିଛି ମୋହନା ଅଗ୍ନିଶମ ବାହିନୀ । ମୃତକ ଜଣକ ହେଲେ ସେହି ଗାଁର ୧୨ ବର୍ଷୀୟ ନାବାଳକ ଆଲୋକ ଶବର।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ ଟାରେ ଆଲୋକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ସେ ପୋଖରୀରେ ବୁଡି ଯାଇଥିଲେ । ଗାଁ ଲୋକେ ତାକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହା ପରେ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଅଧିକାରୀ ତାରକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ପୋଖରୀ ଭିତରୁ ଆଲୋକଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମୋହନା ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Comments are closed.