ବାଇକ୍‍ ଦୁର୍ଘଟଣାରେ ଯୁବକ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟ ପାଖରେ ଏକ ବାଇକ୍‍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକ୍‍ ଆରୋହି ମହେଶ୍ୱର ପାତ୍ର(୨୩) ଓରଫ୍‍ ଲଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣାରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ ଯୁବକ ମହେଶ୍ୱର ହେଲେ ଖଜୁରିପଡ଼ା ପଞ୍ଚାୟତ ଅନ୍ତର୍ଗତ ଡ଼େହେଙ୍ଗି ଗ୍ରାମର ଦିଗାମ୍ବର ପାତ୍ରଙ୍କ ପୁଅ।

ଖବର ପ୍ରକାରେ, ମହେଶ୍ୱର କୌଣସି କାମରେ ଫୁଲବାଣୀ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇଁ ଖଜୁରିପଡ଼ା ଦମକଳ ବାହିନି ଓ ପୁଲିସ୍‍ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ଖଜୁରିପଡ଼ା ଥାନାରେ ଏକ୍‍ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚାନ ଦେଇଛନ୍ତି।

Comments are closed.