କରୋନା ପଜିଟିଭ୍‍ ଭୟରେ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ଜିଲା ବଡମସିଗାଁ ପଞ୍ଚାୟତ ସଦର ମହକୁମାର ଜଣେ କରୋନା ପଜିଟିଭ ଯୁବକ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୋମବାର ଦିନ ଗାଁରେ କରୋନା ପାଇଁ ସ୍ୱାବ ପରୀକ୍ଷା ହୋଇଥିଲା। ଗ୍ରାମର ଝାଡେଶ୍ୱର ବିଷୋୟୀଙ୍କ ପୁଅ ନରେନ୍ଦ୍ର ବିଷୋୟୀ(୧୯)ଙ୍କର ପଜିଟିଭ ରିପୋର୍ଟ ଜାଣିବା ପରେ ସେ ଆଉ ଘରକୁ ଫେରି ନ ଥିଲେ। ପଜିଟିଭ ରିପୋର୍ଟକୁ ଭୟ ନକରି ତାଙ୍କ ମା ଘରକୁ ଆସି ଖାଇବା ପାଇଁ ଖବର ମଧ୍ୟ ଦେଇଥିଲେ। ପୁଅ ଘରକୁ ଆସି ନ ଥିଲା। ଅପରାହ୍ନରେ ଘରକୁ ଆସି କୀଟନାଶକ ଔଷଧ ପିଇବା ବେଳେ ପରିବାର ଲୋକ ଛଡାଇଥିଲେ। ସେହି ସମୟରେ ସେ କିଛି ମାତ୍ରାରେ ସେବନ କରି ସାରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତୁରନ୍ତ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ସନ୍ଧ୍ୟାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହକୁ ଡାକ୍ତରଖାନା ଶବଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ପରିବାର ଲୋକଙ୍କୁ ଦିଆଯିବ ବୋଲି ଜଣାପଡିଛି।

 

 

Comments are closed.