ବିଲରୁ ଉଦ୍ଧାର ହେଲା ଶିଶୁ ପୁତ୍ର

0

ବ୍ରହ୍ମପୁର: ଶିଶୁକନ୍ୟା ନୁହେଁ ବରଂ ଶିଶୁପୁତ୍ର ଅଲୋଡ଼ା ହୋଇପଡ଼ିଛି । ବିଭିନ୍ନ କାରଣ ଯୋଗୁଁ ଶିଶୁକନ୍ୟାଟି ପରିବାର ପାଇଁ ବୋଝ ମନେକରି ଅନେକ ସମୟରେ ଜନ୍ମ ପରେ ଶିଶୁକନ୍ୟାକୁ ଅଲୋଡ଼ା କରି ଦିଆଯାଉଥିବାର ଦେଖାଯାଇଛି । ତେବେ ନବଜାତ ଶିଶୁପୁତ୍ରକୁ ଅଲୋଡ଼ା କରି ଦିଆଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ । ମଙ୍ଗଳବାର ସକାଳୁ ଗ୍ରାମର ବନ୍ଧ ନିକଟ ବିଲମାଳରେ ଏକ ସଦ୍ୟଜାତ ଶିଶୁପୁତ୍ରଟି କାନ୍ଦୁଥିବା ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ଏହାପରେ ଆଶାକର୍ମୀ ସବିତା ବିଶ୍ୱାଳଙ୍କ ସହାୟତାରେ ଶିଶୁପୁତ୍ରକୁ ଭଂଜନଗର ଡ଼ାକ୍ତରଖାନାକୁ ଅଣାଯାଇଥିଲା । ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ଡ଼ା.ପ୍ରଫୁଲ୍ଲ କୁମାର ଗୌଡ଼ କହିଛନ୍ତି । ତେବେ କିଏ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଫୋପାଡ଼ି ଦେଇଥିଲା ତାହାକୁ ନେଇ ଏବେ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି ।

Leave A Reply