ବୌଦ୍ଧ ଜିଲାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧଜିଲାର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାେରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭିଜିଲାନସ ଇନିସପେକ୍ଟର ପୁଲସ୍ତି ଛତ୍ରିଆ ଯୋଗଦେଇଥିଲେ।

 

ଏଥିରେ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ମେହେର ଯୋଗଦେଇଥିଲେ। ସେହିପରି କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବରେ ସରପଞ୍ଚ ମିନାକ୍ଷୀ ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର କର୍ଣ୍ଣ,ଗ୍ରାମ ରୋଜଗାର ସେବକ ଆଦିତ୍ୟ ମେହେର,ସ୍ୱଛ ମିଶନର ସ୍ୱେଛାଗ୍ରାହୀ ବିଭୁତି ଭୂଷଣ ମହଲା ପ୍ରମୁଖ ଯୋଗଦେଇଥିଲେ। କଣ୍ଟାମାଳ ବ୍ଲକ ଅନ୍ତର୍ଗତ କିନିକୂପା ଗ୍ରାମରେ ସଚେତନତା ସମ୍ପର୍କିତ ଶପଥ ପାଠ କରାଯାଇଥିଲା। ଏଥିରେ ସାମ୍ବାଦିକ ମୁକେଶ ପାଢୀ ସ୍ୱାଗତ ଭାଷଣ ଦେଇଥିବାବେଳେ ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀ ଧରଣୀଧର ବେହେରା, ଯାଜ୍ଞସେନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ପାଢୀ, ତରଣୀସେନ ଦଳବେହେରା, ମହାଦେବ ପାଢୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଦୁର୍ନୀତି ନିବାରଣ ଶପଥପାଠ କରିଥିଲେ।

Comments are closed.