ମହାନଦୀରୁ ବିରାଟକାୟ ବୁଦମାଛ ଉଦ୍ଧାର

ବୌଦ୍ଧ: ମହାନଦୀର ଅପରପାର୍ଶ୍ୱ ଅନୁଗୁଳ ଜିଲ୍ଲା ବୁରଘାଟରୁ ଏବ ବିରାଟ କାୟ ମାଛ ଉଦ୍ଧାର ହୋଇଛି । ମହାନଦୀରେ  ଜାଲ ଟାଣିଥିବା ବେଳେ ୫୦ କିଲୋ ଓଜନର ବିରାଟକାୟ ବୁଦମାଛ ଜାଲରେ ପଡିଥିବା ଜଣାପଡ଼ିଛି । ଉକ୍ତ ମାଛକୁ ବୈାଦ୍ଧ ବଜାରକୁ ବିକ୍ରି କରିବା ପାଇଁ ଏକ ସ୍କୁଟିରେ  ଅଣାଯାଉଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ବର୍ଷା ଋତୁରେ ଏହି ମାଛମାନେ ମହାନଦୀରେ ଅଧିକ ଦେଖାଦେଇଥାନ୍ତି । ନଦୀରେ ମାଛରେ ଅଧିକ ନଥିବାରୁ ଏହାର ଚାହିଦା ମଧ୍ୟ ବଜାରରେ ଅଧିକ ରହିଛି । ମାଛର ଦାମ ବଜାରରେ ପ୍ରାୟ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବର୍ଷାହେଲେ ନଦୀରେ ପାଣି ହେଲେ ଏହା ଠାରୁ ଆହୁରି ବଡ ମାଛ ମିଳିବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି ।

Comments are closed.