ବୌଦ୍ଧ ରାମଲୀଳା ଯାତ୍ରାରେ ମଞ୍ଚସ୍ଥ ହେଲା ନାଟକ ମହୀରାବଣ ବଧ

ବୌଦ୍ଧ: ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାରେ ମଞ୍ଚସ୍ଥ ହୋଇଛି ନାଟକ ମହୀରାବଣ ବଧ । ହନୁମାନ ଦ୍ୱାରା ଗନ୍ଧମାର୍ଦ୍ଦନ ପର୍ବତରୁ ସଂଜିବନୀ ଆଣିବା ପରେ ଏକଘ୍ନି ଶକ୍ତିରୁ ବଞ୍ଚିଯାଇଛନ୍ତି ଲକ୍ଷ୍ମଣ । ନାଟକକୁ  ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ  ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନୀଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି । ମହୀରାବଣ ବଧ ନାଟକ  ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା ।

Comments are closed.